ଗୌତମ ଆଦାନୀ ପୁଣି ଟପ୍-୨୦ ଧନୀ ତାଲିକାରେ ସାମିଲ

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ତଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସମ୍ପତ୍ତିରେ ହଠାତ୍ ବୃଦ୍ଧି ଘଟିଛି । ଫଳରେ ସେ ପୁଣି ଥରେ ବିଶ୍ବର ଟପ୍-୨୦ ଧନୀ ତାଲିକାରେ ସାମିଲ ହୋଇଛନ୍ତି । ବ୍ଲୁମବର୍ଗ ବିଲିୟନେୟାର ସୂଚକାଙ୍କ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୨.୯୨ ବିଲିୟନ ଡ଼ଲାର (୨୪,୨୬୮କୋଟି) ବୃଦ୍ଧି ପାଇଛି ।

ସମ୍ପତ୍ତିରେ ସଦ୍ୟତମ ବୃଦ୍ଧି ପରେ ଆଦାନୀ ବିଶ୍ବର ଟପ୍-୨୦ ଧନୀ ତାଲିକାକୁ ଫେରିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ସୂଚକାଙ୍କ ଅନୁଯାୟୀ ଆଦାନୀ ସମ୍ପ୍ରତି ଏହି ତାଲିକାରେ ୨୦ତମ ସ୍ଥାନରେ ରହିଛନ୍ତି । ଗତ କିଛି ଦିନ ଧରି ଆଦାନୀଙ୍କ ତାଲିକାଭୁକ୍ତ ୧୦ଟି କମ୍ପାନୀ ଷ୍ଟକ୍ ବଜାରରେ ବଢ଼ିଆ ପ୍ରଦର୍ଶନ କରିଥିଲା | ସେୟାର ବୃଦ୍ଧି ଯୋଗୁଁ ଆଦାନୀ ଗ୍ରୁପର ମାର୍କେଟ କ୍ୟାପିଟାଲାଇଜେସନ ମଧ୍ୟ ୧୧ ଲକ୍ଷ କୋଟି ଟପିଛି ।

ଚଳିତ ବର୍ଷ ଆରମ୍ଭରେ ଆମେରିକାର ସର୍ଟ ସେଲର ସଂସ୍ଥା ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପର ବଜାର କ୍ୟାପ୍ ପୂରା କମିଯାଇଥିଲା। ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ପ୍ରଥମ ଥର ପାଇଁ ବଜାର ମୂଲ୍ୟର ଏହି ସଂଖ୍ୟା ଅତିକ୍ରମ କରିଛି | ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ର ସମସ୍ତ କମ୍ପାନୀର ସେୟାର କ୍ରାସ୍ ହୋଇଥିଲା | ଏପରିକି କିଛି ଷ୍ଟକ୍ ୮୦ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା

Comments are closed.