ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଳପାଲି ଛକ ନିକଟସ୍ଥ ଏକ ବିଳ ମଧ୍ୟରେ ଥିବା ଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ବିନିକା ପୋଲିସ ଉଦ୍ଧାର କରିଛି । ମୃତକର ପରିଚୟ ଜଣା ପଡିନଥିବା ବେଳେ ତା’ ବେକରେ ଗାମୁଛା ଲାଗିଥିବା ସହ ଗୋଟିଏ ଗୋଡ଼ ତଳେ ଓ ଗୋଟିଏ ଚେୟାରରେ ରହିଥିବା ଦେଖିବାକୁ ମିଳିଛି । ତେବେ ପାରିପାଶ୍ଵିକ ସ୍ଥିତି ଅନୁଧ୍ୟାନ କଲେ ଏହା ହତ୍ୟା ନାଁ ଆତ୍ମହତ୍ୟା ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରି ପୋଲିସ ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବିନିକା ଡାକ୍ତରଖାନାକୁ ଆଣିଛି ।

Comments are closed.