ବ୍ରହ୍ମପୁର ଯିବା ବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ

ବ୍ରହ୍ମପୁର – ଜନବିରୋଧୀ କାର୍ଯ୍ୟକଳାପ ପାଇଁ ବିଜେଡିରୁ ତଡ଼ା ଖାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର ଯିବା ବେଳେ ଜୋରଦାର ବିରୋଧର ସମ୍ମୁଖୀନ ହୋଇଛନ୍ତି । ଉତ୍ତ୍ୟକ୍ତ ଲୋକେ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି।

ଅଣ୍ଡାମାଡ଼ ସହ ପାଣି ବୋତଲ ମାଡ଼ ବି ହୋଇଛି । ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ଲୋକ ଠେଲାପେଲା କରିଥିବା ବି ଦେଖାଯାଇଛି । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲୋକଙ୍କୁ ଚାକିରି ନାଁରେ ଠକିବା ମାମଲାରେ କୋର୍ଟରେ ଚାର୍ଜଫ୍ରେମ କରାଯାଇଥିଲା।

Comments are closed.