ଭିଜିଲାନ୍ସ ଜାଲରେ ପଡିଥିବା ପୂର୍ବତନ ହରଭଙ୍ଗା ଥାନା ଅଧିକାରୀ ନିଳମ୍ବିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପୂର୍ବତନ ଅଧିକାରୀ ପୁଷ୍ପଲତା ରାଉତରାୟ ଗତ ୨୦.୭.୨୦୨୩ ଦିନ ଜଣେ ବାଲି ଘାଟ ଠିକାଦାରଙ୍କୁ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଦ୍ୱାରା ଧରାପଡି ଗିରଫ ହୋଇଥିଲେ । ଏହି ଘଟଣାରେ ତାଙ୍କୁ ନିଳମ୍ବିତ କରାଯାଇଥିବା ବେଳେ ବ୍ରହ୍ମପୁର ଆଇଜି ପୁଲିସଙ୍କ କାର୍ଯ୍ୟାଳୟ ଅଧିନକୁ ତାଙ୍କୁ ପଠାଇଦିଆଯାଇଛି । ଏନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ କଟକ ପକ୍ଷରୁ ଆଦେଶ ନମ୍ବର ୧୩୫୮ ରେ ଏହି ନିର୍ଦ୍ଦେଶନାମା ଦିଆଯାଇଥିବା ଜଣାପଡ଼ିଛି ।

Comments are closed.