କଂଗ୍ରେସର ବଡ଼ ଦାବି, ‘ଇଣ୍ଡିଆ’ରେ ସାମିଲ ହୋଇପାରନ୍ତି ଏନଡିଏର କିଛି ଦଳ

ନାଗପୁର: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ପରବର୍ତ୍ତୀ ବୈଠକ ପୂର୍ବରୁ କଂଗ୍ରେସ ମୁଖପାତ୍ର ଆଲୋକ ଶର୍ମା ରବିବାର ଏକ ବଡ଼ ଦାବି କରିଛନ୍ତି । ବିଜେପି ନେତୃତ୍ବାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ବୈଠକରେ ଯୋଗ ଦେଇଥିବା ୩୮ଟି ଦଳ ମଧ୍ୟରୁ ୪-୫ ଦଳ ‘ଇଣ୍ଡିଆ’ ମେଣ୍ଟ ସହ ଯୋଗାଯୋଗରେ ଅଛନ୍ତି ଏବଂ ଆଗାମୀ ଦିନରେ। ସେମାନେ ବିରୋଧୀଙ୍କ ଏହି ଗଠବନ୍ଧନରେ ସାମିଲ ହୋଇପାରନ୍ତି ବୋଲି ଶର୍ମା କହିଛନ୍ତି । ସେ ଆହୁରି କହିଛନ୍ତି ଯେ ସେପ୍ଟେମ୍ବର ୨ରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ‘ଇଣ୍ଡିଆ’ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ।

ଗତ ମାସରେ ଦିଲ୍ଲୀରେ ଅନୁଷ୍ଠିତ ଏନଡିଏ ବୈଠକରେ ଅତି କମରେ ୩୮ଟି ଦଳ ଯୋଗ ଦେଇଥିଲେ।

ତିନୋଟି ଦଳକୁ ନେଇ ଗଠିତ ମହାରାଷ୍ଟ୍ରରେ ‘କଂଗ୍ରେସ ମହା ବିକାଶ ଅଘାଡି(ଏମଭିଏ)ର ନେତୃତ୍ୱ ନେବ କି ନାହିଁ ବୋଲି ପ୍ରଶ୍ନର ଶର୍ମା କୌଣସି ସିଧାସଳଖ ଉତ୍ତର ଦେଇନଥିଲେ । ସେ କହିଛନ୍ତି, ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ କିଏ ନେତୃତ୍ୱ ନେବେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଆମେ ସମସ୍ତେ ମିଶି ଏକ ଶକ୍ତିଶାଳୀ ମେଣ୍ଟ ଭାବେ ଏହି ଅହଂକାରୀ ସରକାରକୁ ହଟାଇବା ଗୁରୁତ୍ୱପୂର୍ଣ୍ଣ ।

ସେ କହିଛନ୍ତି, ନିକଟରେ ଏନଏଫଏଆଇ (ଜାତୀୟ ରାଜପଥ ପ୍ରାଧିକରଣ ଅଫ) ସହ ସ୍ୱାସ୍ଥ୍ୟ ଏବଂ ବୀମା କ୍ଷେତ୍ରରେ ଦୁର୍ନୀତି ହୋଇଥିବା ନେଇ ସିଏଜି ରିପୋର୍ଟରେ ଖୁଲାସା ହୋଇଛି। ମୁଁ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛି ଏହି ସବୁ ଦୁର୍ନୀତିର ସିବିଆଇ ଏବଂ ଇଡି ତଦନ୍ତ କେବେ ହେବ ?

Comments are closed.