ଦୋକାନ ବାରଣ୍ଡାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପୁଅ

ବରଗଡ ୩୦।୮ : ଜଘନ୍ୟ ହତ୍ୟାକାଣ୍ଡ । ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ହତ୍ୟା କଲେ ଦୁର୍ବୃତ୍ତ । ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବାର୍‌ଗୁଡ଼ା ଗାଁ ନିକଟରେ ଘଟିଛି ଏଭଳି ଜଘନ୍ୟକାଣ୍ଡ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ , ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବାର୍‌ଗୁଡ଼ା ଗାଁ ରେଳ ଫାଟକ ନିକଟ ଏକ ପାନ ଦୋକାନ ବାରଣ୍ଡାରେ ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ଅବସ୍ଥାରେ କେହି ହତ୍ୟା କରିଥିବା ଦେଖୁବାକୁ ମିଳିଛି । ମୃତକ ଜଣଙ୍କ ସେହି ଗାଁର ଗୋପବନ୍ଧୁ ସେଠ(୭୦) ବୋଲି ଜଣାପଡିଛି ।

ମଙ୍ଗଳବାର ସେ ରାତିରେ ତାଙ୍କ ଦୋକାନ ବନ୍ଦ କରି ବାରଣ୍ଡାରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ତାଙ୍କ ପୁଅ ଅନୀଲ ସେଠ ବରପାଲି ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ଖବର ପାଇ ବରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

Comments are closed.