କଏଦୀଙ୍କ ଶରୀରରେ ଲାଗିବ ଜିପିଏସ !

ଭୁବନେଶ୍ୱର – କଏଦୀଙ୍କ ପାଇଁ ଜେଲ୍ ବିଭାଗର ଅଭିନବ ପ୍ରସ୍ତାବ । କଏଦୀଙ୍କ ଦେହରେ ଜିପିଏସ୍ ଲଗାଇବାକୁ ପ୍ରସ୍ତାବ ଦେଇଛି ଜେଲ୍‌ ବିଭାଗ । ଜେଲ୍‌ରୁ କଏଦୀଙ୍କ ବୋଝ ହ୍ରାସ କରିବା ଲକ୍ଷ୍ୟରେ ଏଭଳି ହାଇଟେକ୍‌ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ପ୍ରସ୍ତାବ ଅନୁସାରେ ସାଧାରଣ ଅପରାଧରେ ସଂପୃକ୍ତ କଏଦୀଙ୍କ ଠାରେ ଜିପିଏସ ଲାଗିବ । ସେହିପରି ୭ ବର୍ଷରୁ କମ୍ ସଜା ହେବାକୁ ଥିବା କଏଦୀଙ୍କ ଠାରେ ମଧ୍ୟ ଜିପିଏସ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ଜିପିଏସ୍‌ ଲଗାଇ ଏଭଳି ଅପରାଧୀଙ୍କୁ ଘରକୁ ଛାଡ଼ିବାକୁ ପ୍ରସ୍ତାବ ଦେଇଛି ଜେଲ୍ ବିଭାଗ । କଏଦୀଙ୍କ ଆଣ୍ଠୁରେ ଲାଗିବ ଟ୍ରାକର,ଯାହାଫଳରେ କି ଏମାନଙ୍କ ଅବସ୍ଥିତି ସଂପର୍କରେ ଜଣାପଡ଼ିବ ।
ଏମାନଙ୍କ ଗତିବିଧି ବିଷୟରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ପାଖରେ ତଥ୍ୟ ରହିବ ଜିପିଏସ୍‌ କାଢ଼ିବାକୁ ଚେଷ୍ଟା କଲେ ସ୍ଥାନୀୟ ଥାନାକୁ ଆଲର୍ଟ ଯିବ ବୋଲି ଜେଲ୍ ବିଭାଗ ଡିଜି ମନୋଜ ଛାବ୍ରା ସୂଚନା ଦେଇଛନ୍ତି।

Comments are closed.