ମଝି ସମୁଦ୍ରରେ ନାଟକୀୟ ଭାବେ ମାଛଧରା ବୋଟ୍ ଉପରକୁ ଚଢ଼ିଗଲେ ଯୁବକ : ଅସହାୟ ନା ଅନୁପ୍ରବେଶକାରୀ?

ଭୁବନେଶ୍ୱର – ଚିଲିକା ମୁହାଣଠାରୁ ୭୧ ମାଇଲ ଦୂର ମଝି ସମୁଦ୍ରରେ ଏକ ମାଛଧରା ବୋଟ୍‌ ଉପରକୁ ଜଣେ ଅଜଣା ଯୁବକ ହଠାତ ଚଢିଯିବା ଭଳି ଘଟଣା ସାମ୍ନାକୁ ଆସିଛି । ହଠାତ ଜଣେ ଯୁବକ ମଝି ସମୁଦ୍ରରେ କେଉଁଠୁ ଆସିଲେ ସ ନେଇ ମତ୍ସ୍ୟଜୀବୀମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ମତ୍ସ୍ୟଜୀବୀମାନେ ସେହି ଅଜଣା ଯୁବକଙ୍କୁ ନେଇ ପାରାଦୀପ ଆସୁଥିବା ସୂଚନା ମିଳିଛି। ଖବର ମିଳିଛି ଯେ, ଏକ ମାଛ ଧରା ବୋଟ୍ ଗତ ସପ୍ତାହ ତଳେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା। ବୁଧବାର ରାତିରେ ଚିଲିକା ମୁହାଣ ଠାରୁ ୭୧ ମାଇଲ ଦୂର ଗଭୀର ସମୁଦ୍ରରେ ବୋଟଟି ଅଟକି ଥିବା ବେଳେ ଜଣେ ଯୁବକ ଦଉଡ଼ି ସାହାଯ୍ୟରେ ବୋଟ ଉପରକୁ ଚଢି ଆସିଥିଲେ। ଏଥିରେ ମତ୍ସ୍ୟଜୀବୀମାନେ ଭୟଭୀତ ହୋଇଯାଇଥିଲେ । ଯୁବକ ଜଣକ କେଉଁଠୁ ଭାସି ଆସିଥିବା ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ତାହା ସ୍ପଷ୍ଟ ହୋଇନାହିଁ।

ସଂପୃକ୍ତ ଯୁବକଙ୍କ ଭାଷା ବୁଝାପଡୁ ନଥିବା ବେଳେ ତାଙ୍କ ନିକଟରୁ ଗୋଟିଏ ଏଟିଏମ୍ କାର୍ଡ ମିଳିଛି । ଉକ୍ତ ଯୁବକକୁ ଆଣି ମାଛଧରା ବୋଟଟି ପାରାଦୀପ ଆସୁଥିବା ଜଣାପଡ଼ିଛି।

Comments are closed.