କ୍ୟାପିଟାଲ ହସପିଟାଲର ହେବ ଅପଗ୍ରେଡେସେନ, ଆସନ୍ତା ଶିକ୍ଷାବର୍ଷରୁ ଡାକ୍ତରୀ ପିଜି ପାଠପଢା

ଭୁବନେଶ୍ୱର- ରାଜଧାନୀର କ୍ୟାପିଟାଲ ହସପିଟାଲ ଅପଗ୍ରେଡ୍ ହୋଇ ପୋଷ୍ଟ ଗ୍ରାଜୁଏସନ ଇନଷ୍ଟିଚ୍ୟୁଟ୍ ମେଡିକାଲ ଆଣ୍ଡ୍ ରିସର୍ତ୍ତ ( ପିଜିଆଇ) ହେବ । ଆସନ୍ତା ୨୦୨୨-୨୩ ଶିକ୍ଷାବର୍ଷରୁ ୧୫ଟି ବିଭାଗରେ ଡାକ୍ତରୀ ପିଜି ପଢିବେ ଛାତ୍ରଛାତ୍ରୀ । ସରକାର ପିଜିଆଇ ବିଲଡିଂ ପାଇଁ ଟେଣ୍ଡର କରିସାରିଥିବା ବେଳେ ଗୁରୁବାର ପିଜି ନାମଲେଖା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅନୁମତି ପାଇଁ ଜାତୀୟ ମେଡିକାଲ କମିଶନ-ଏନଏମସିକୁ ଆବେଦନ କରାଯିବ । ଆସନ୍ତାବର୍ଷରୁ ମୋଟ ୫୩ ଜଣ ଡାକ୍ତର ପିଜି ପାଠ ପଢିବେ । ୧୧ଟି କ୍ଲିନିକାଲ୍ ଓ ୪ଟି ନନ୍ କ୍ଲିନିକାଲ୍ ବିଭାଗରେ ପାଠ ପଢା ହେବ ।

Comments are closed.