ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ନେଲା ଚାରି ଜୀବନ

ଭୁବନେଶ୍ୱର – ରାଜ୍ୟରେ ପୃଥକ ପୃଥକ ସ୍ଥାନରେ ବଜ୍ରପାତରେ
୪ ଜଣ ପ୍ରାଣ ହରାଇଛନ୍ତି ଓ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ବୌଦ୍ଧ ଜିଲ୍ଲା ରାଉତବାହାଲ ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର ଲୋଇସିଂହାର କୁଟିସିଂହା ଗାଁରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି।

ବାଣପୁର ଥାନା ନୀଳାଦ୍ରିପ୍ରସାଦ ଆରଙ୍ଗ ଗାଁରେ ଜଣେ ମଧ୍ୟ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଆରଙ୍ଗ ଗାଁରେ ବଜ୍ରପାତରେ ଅନ୍ୟ ୩ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି ଦାମିଆ ବରବରା କଦମଝୋଲା ଗାଁରେ ଜଣେ ନାବାଳକଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି।

Comments are closed.