ହଷ୍ଟେଲ ନିର୍ମାଣ କେଳେଙ୍କାରୀ : ଦୁଇ ଇଞ୍ଜିନିୟରଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର – ସୋନପୁରରେ ହଷ୍ଟେଲ ନିର୍ମାଣ ନାଁରେ ୩୪ ଲକ୍ଷ ଟଙ୍କା ଆତ୍ମସାତ ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

କୋଠା ନିର୍ମାଣ କରିଥିବା ଠିକା ସଂସ୍ଥାର ଦୁଇ ଇଞ୍ଜିନିୟରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଇଞ୍ଜିନିୟରମାନେ ହେଲେ ସୌରଭ ଦେ ଓ ସପ୍ତର୍ଷି ଗୋସ୍ବାମୀ । ହଷ୍ଟେଲ ନିର୍ମାଣରେ ଅନିୟମିତତା ଓ ଅର୍ଥ ହଡ଼ପ ଅଭିଯୋଗରେ ପୂର୍ବରୁ କଣ୍ଟ୍ରାକ୍ଟର ବାପା ଓ ପୁଅଙ୍କୁ ଗିରଫ କରିସାରିଛି ଭିଜିଲାନ୍ସ। ଆଜି ଗିରଫ ହୋଇଥିବା ଦୁଇ ଇଞ୍ଜିନିୟରଙ୍କୁ କୋର୍ଟ ଚାଲାଣ କରାଯାଇଛି।
ବିନା ଯାଞ୍ଚରେ ଦୁଇ ଇଞ୍ଜିନିୟର ଠିକାଦାରଙ୍କ ବିଲ୍ ପାସ୍ କରାଇଥିବା ଅଭିଯୋଗ ହୋଇଛି । ଏଣେ ଆଜି ଏହି ମାମଲାରେ ଠିକା କମ୍ପାନିର ଭୁବନେଶ୍ବର ଅଫିସ ଓ କର୍ମଚାରୀଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ।

Comments are closed.