ଥଣ୍ଡା ପାନୀୟରେ ନିଶା ଦେଇ ଲୁଟ୍ : ୩ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର ୬।୯: ଥଣ୍ଡା ପାନୀୟରେ ନିଶା ଦେଇ ରେଳଯାତ୍ରୀଙ୍କ ଠାରୁ ଲୁଟ୍ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଘଟିଛି ଏଭଳି ଲୁଟ୍ ଘଟଣା ।ସମ୍ବଲପୁରରୁ ପରୀକ୍ଷା ଦେଇ ଫେରିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି ୪ ଜଣ ଛାତ୍ର ।ଜଣେ ଛାତ୍ରଙ୍କ ପତ୍ତା ମିଳୁନାହିଁ ।

ସୂଚନାଯୋଗ୍ୟ ଯେ, ସମ୍ବଲପୁରରୁ ପରୀକ୍ଷା ଦେଇ ଫେରିବା ବେଳେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଓହ୍ଲାଇଥିଲେ ୫ ଜଣ ଛାତ୍ର ।ରେଳ ଷ୍ଟେସନର ପ୍ରତୀକ୍ଷା କକ୍ଷରେ ବସିଥିଲେ ।ସେହି ସମୟରେ ଜଣେ ଅଚିହ୍ନା ଲୋକ ଥଣ୍ଡା ପାନୀୟରେ ନିଶା ଦେଇ ସେମାନଙ୍କୁ ପିଇବାକୁ ଦେଇଥିଲେ ।୫ ଜଣ ଛାତ୍ର ଥିବା ବେଳେ ୪ ଜଣ ଥଣ୍ଡା ପାନୀୟ ପିଇଥିଲେ ।ତେବେ ୪ ଜଣଙ୍କ ମୋବାଇଲ ପର୍ସ ଗାୟବ ଥିବାବେଳେ ଜଣେ ଛାତ୍ରଙ୍କ ପତ୍ତା ମିଳୁନାହିଁ ।୩ ଜଣ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Comments are closed.