ମହଙ୍ଗା ପଡିଲା ୱାର୍ଡ ମେମ୍ବରଙ୍କୁ ଆକ୍ରମଣ, ଜଙ୍କିଆ ଏଏସଆଇ ସସପେଣ୍ଡ୍

ଖୋର୍ଦ୍ଧା – ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଖୋର୍ଦ୍ଧା ଜଙ୍କିଆ ଥାନା ଏଏସଆଇ ନିରଞ୍ଜନ ମହାନ୍ତିଙ୍କୁ ସସପେଣ୍ଡ୍ କରିଛନ୍ତି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ। ଏକ ମାମଲା ସମ୍ପର୍କରେ ବୁଝିବା ଗତକାଲି ଜଙ୍କିଆ ପଞ୍ଚାୟତର ୱାର୍ଡ ମେମ୍ବର ନବ କିଶୋର ହରିଚନ୍ଦନ ଜଙ୍କିଆ ଥାନାକୁ ଯାଇଥିଲେ। ଥାନାର ଭାରପ୍ରାପ୍ତ ଅଧିକାରୀ ନ ଥିବାରୁ ନବ କିଶୋର ଥାନା ଫାଟକ ପାଖରେ ଠିଆ ହୋଇ ମୋବାଇଲରେ କଥା ହେଉଥିଲେ ।

ଏତିକିବେଳେ ଏଏସ୍ଆଇ ନିରଞ୍ଜନ ମହାନ୍ତି ନବ କିଶୋରଙ୍କୁ ଡାକିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଉତ୍ତ୍ୟକ୍ତ ହୋଇ ଏଏସଆଇ ନବ କିଶୋରଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିବା ଅଭିଯୋଗ ହୋଇଛି। ପ୍ରବଳ ରକ୍ତସ୍ରାବ ହେବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ଏହି ଖବର ପ୍ରଚାରିତ ହେବା ପରେ ଥାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ପରେ ଜଙ୍କିଆ ଥାନାର ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ସହିତ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କ ବିରୋଧରେ ଏତଲା ଗ୍ରହଣ କରିଥିଲେ। ଏ ସମ୍ପର୍କରେ ରିପୋର୍ଟ ପାଇବା ପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କୁ ସସପେଣ୍ଡ୍ କରିଛନ୍ତି।

Comments are closed.