କୂଅରୁ ମିଳିଲା ପୂର୍ବତନ ସରପଞ୍ଚ ଓ ତାଙ୍କ ଗ୍ରାମରକ୍ଷୀ ସ୍ୱାମୀଙ୍କ ମୃତଦେହ, ହତ୍ୟା ସନ୍ଦେହ 

କେନ୍ଦୁଝର – କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତରେ ଚାଞ୍ଚଲ୍ୟ। ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିଲେ ।

ପୂର୍ବତନ ସରପଞ୍ଚ ଏବଂ ତାଙ୍କ ସ୍ବାମୀ ମୟୂରନଚା ଗାଁରେ ରହୁଥିଲେ। ଗତକାଲି ଗାଁ ଲୋକ ଯାଇଥିବାବେଳେ ଘରେ କେହି ନଥିଲେ। ଗ୍ରାମରକ୍ଷୀଙ୍କ ନାମଧରି ଡାକିଥିଲେ ବି କେହି ନ ଶୁଣିବାରୁ କବାଟ ଖୋଲି ବାଡି ଭିତରକୁ ଯାଇଥିଲେ। ବାଡି ଭିତରେ ରକ୍ତ ପଡ଼ିଥିବାର ଦେଖିବା ସହିତ କୂଅରେ ରମ୍ଭାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଖବରପାଇ ସୋସୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରେ ଦୁଇଟି ମୃତଦେହ ଦେଖିବାକୁ ପାଇଥିଲେ। ପୋଲିସ ଦୁଇ ମୃତଦେହକୁ ଉଦ୍ଧାର କରିବା ସହିତ ଅଧିକ ତଦନ୍ତ ଚଳାଇଛି। ହତ୍ୟାର କାରଣ ଅସ୍ପଷ୍ଟ ଅଛି।

Comments are closed.