ହୀରାକୁଦର ଆଉ ୪ ଗେଟ ଖୋଲିଲା, ୧୪ ଗେଟ ଦେଇ ଜଳ ନିଷ୍କାସନ

ସମ୍ବଲପୁର: ହୀରାକୁଦ ନଦୀବନ୍ଧରୁ ଆଉ ୪ ଗେଟ ଖୋଲାଯାଇଛି। ମୋଟ ୧୪ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ସେପଟେ ଉପରମୁଣ୍ଡରୁ ଦେଢ ଲକ୍ଷ କ୍ୟୁସେକ ପାଣି ପ୍ରବେଶ କରୁଛି। ଦୀର୍ଘ ଏକ ମାସ ଧରି ହୀରାକୁଦର ସମସ୍ତ ଗେଟ ବନ୍ଦ ଥିଲା। ଆଉ ଗତକାଲି ସକାଳ ସୁଦ୍ଧା ଜଳସ୍ତର ୬୨୮ ଫୁଟ ଟପିଥିଲା।

ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ନେଇ ଆଇଏମଡି ପୂର୍ବାନୁମାନ କରିଥିଲା। ଫଳରେ କର୍ତ୍ତୃପକ୍ଷ ଗତକାଲି ଅପରାହ୍ନ ୪ଟାରେ ୨ଟି ଗେଟ ଖୋଲିଥିଲେ। ହେଲେ ଉପରମୁଣ୍ଡରୁ ଲକ୍ଷାଧିକ କ୍ୟୁସେକ ପାଣି ଆସୁଥିବା ଆକଳନ କରି ଆଉ ୮ଟି ଗେଟ ସକାଳେ ଖୋଲିଥିଲେ। କିନ୍ତୁ ମଧ୍ଯାହ୍ନ ବେଳକୁ ଦେଢ ଲକ୍ଷ କ୍ୟୁସେକ ପାଣି ଆସିବାରୁ ଆଉ ୪ ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ମୋଟ ୧୪ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ତଥାପି ଜଳସ୍ତର ୬୨୮.୬୯ ଫୁଟରେ ପହଞ୍ଚିଛି। ସେପଟେ ଗତ ୨୪ ଘଣ୍ଟା ମଧ୍ଯରେ ଉପରମୁଣ୍ଡରେ ହାରାହାରି ୩୬.୭୧ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ଆସନ୍ତାକାଲି ସୁଦ୍ଧା ପ୍ରାୟ ଦୁଇ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ଆସିବାର ଆକଳନ କରାଯାଉଛି।

Comments are closed.