ରାଜସ୍ୱ ଅଧିକାରୀଙ୍କ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କଲା ଭିଜିଲାନ୍ସ 

ଭୁବନେଶ୍ୱର – ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଅଧିକାରୀ ସଂଗ୍ରାମୀ କେଶରୀ ଜେନାଙ୍କ ବିପୁଳ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଆଜି ଭିଜିଲାନ୍ସ ଟିମ୍ ଜେନାଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରିଥିଲା । ଚଢ଼ାଉରେ ଏ ପର୍ଯ୍ୟନ୍ତ ରାଜସ୍ୱ ଅଧିକାରୀଙ୍କ ୬ଟି ପ୍ଲଟ ଠାବ ହୋଇଛି ‌। ଏଥିସହ ଦୁଇଟି ବହୁତଳ କୋଠା ମଧ୍ୟ ଠାବ କରିଛନ୍ତି ଭିଜିଲାନ୍ସ। ଗୋଟିଏ କୋଠାରର ମୂଲ୍ୟ ୧ କୋଟି ୩୬ ଲକ୍ଷ ଟଙ୍କା ହେବ । ସଂଗ୍ରାମୀଙ୍କ ଗୋଟିଏ ବେନାମୀ ପ୍ଲଟ ଓ ୩ଟି ଚାରିଚକିଆ ଯାନ ମଧ୍ୟ ଚଢ଼ାଉ ବେଳେ ଠାବ ହୋଇଛି । ସର୍ଚ୍ଚ ଜାରି ରହିଥିବାରୁ ଆଗକୁ ଅଧିକ ସମ୍ପତ୍ତି ମିଳିବା ସମ୍ଭାବନା ରହିଛି।

Comments are closed.