ମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ଚାର୍ଜଫ୍ରେମ

ଝାରସୁଗୁଡ଼ା – ମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସକୁ ଆଜି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟରେ ହାଜର କରାଯାଇଛି । ଦୋଷମୁକ୍ତ ପାଇଁ ଗୋପାଳର ଡିସ୍‌ଚାର୍ଜ ପିଟିସନ ଖାରଜ କରିଦେଇଛନ୍ତି କୋର୍ଟ । ଏହି ହତ୍ୟା ମାମଲାରେ ଗୋପାଳ ଦାସ ବିରୋଧରେ ଚାର୍ଜ ଫ୍ରେମ୍ ହୋଇଛି । ଅକ୍ଟୋବର ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏ ବର୍ଷ ଜାନୁଆରୀ ମାସରେ ବ୍ରଜରାଜ ନଗରରେ ନବକିଶୋର ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏଏସଆଇ ଗୋପାଳ ଦାସ ଅତି ନିକଟରୁ ନବକିଶୋର ଦାସଙ୍କୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା । ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା ।

Comments are closed.