ବାରାମୁଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ, ଅନନ୍ତନାଗରେ ଲଗାତାର ଚତୁର୍ଥ ଦିନ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ଆଜି ସକାଳେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀକୁ ନିପାତ କରିଛନ୍ତି । ଏହି ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ସୁରକ୍ଷା ବାହିନୀ ଚାରିଆଡ଼ୁ ଘେରାଉ କରି ସର୍ଚ୍ଚ ଅପରେସନ ଜାରି ରଖିଛି।

ଅନ୍ୟପକ୍ଷରେ ଅନନ୍ତନାଗ ଜିଲ୍ଲାର କୋକରନାଗ ଜଙ୍ଗଲରେ ସୁରକ୍ଷା ବାହିନୀର ଆତଙ୍କବାଦ ନିରୋଧୀ ଅପରେସନ ଲଗାତାର ଚତୁର୍ଥ ଦିନ ପାଇଁ ଜାରି ରହିଛି। ଜଙ୍ଗଲରେ ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବାବେଳେ ଡ୍ରୋନ୍ ଦ୍ବାରା ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି ଓ ଡ୍ରୋନରୁ ବୋମା ପକାଯାଉଛି । ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ସେନାର ଜଣେ କର୍ଣ୍ଣେଲ ଓ ମେଜରଙ୍କ ସହ ଜଣେ ସୈନିକ ସହିଦ୍ ହୋଇଥିଲେ । ଏହି ଅପରେସନ ବେଳେ ଜମ୍ମୁ କାଶ୍ମୀର ପୋଲିସର ଜଣେ ଡିଏସପି ମଧ୍ୟ ପ୍ରାଣବଳି ଦେଇଥିଲେ ।

Comments are closed.