ପୁଅର ଠେଙ୍ଗା ମାଡ଼ରେ ବାପାଙ୍କ ଜୀବନ ଗଲା

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ଲାଠି ପଞ୍ଚାୟତ କୁମାରପୁର ଗ୍ରାମରେ ଶୁକ୍ରବାର ରାତ୍ରରେ ଏକ ହତ୍ୟାକାଣ୍ଡ ଘଟିଛି। ପୁଅର ଠେଙ୍ଗା ମାଡ଼ରେ ବାପା ରମେଶ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ ନେଇ ଉଭୟଙ୍କ ମଧରେ ସନ୍ଧ୍ୟାରେ ବେଶ୍ ପାଟିତୁଣ୍ଡ ହୋଇଥିଲା।

ରାତିରେ ବାପା ଶୋଇଥିବା ବେଳେ ଉତ୍ତ୍ୟକ୍ତ ପୁଅ ଦାମ ପ୍ରଧାନ ଏକ ଠେଙ୍ଗାରେ ବାରମ୍ବାର ଆକ୍ରମଣ କରିଥିଲା। ଫଳରେ ବାପାଙ୍କ ମୃତ୍ୟୁ ଘଟିଛି। ସଦର ଥାନା ପୁଲିସ ଘଟଣାସ୍ଥଳରୁ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା।

ଅଭିଯୁକ୍ତ ପୁଅ ଦାମ ପ୍ରଧାନକୁ ଅଟକ ରଖି ପଚରାଉଚୁରା କରାଯାଉଥିବା ଏସଡିପିଓ ଶିବ ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି l

Comments are closed.