ଏସିଆ କପ୍ ଫାଇନାଲ: ସିରାଜଙ୍କ ଘାତକ ବୋଲିଂ, ଶ୍ରୀଲଙ୍କା ୫୦ ରନରେ ଅଲ୍ଆଉଟ୍

କଲମ୍ବୋ: ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛି ଶ୍ରୀଲଙ୍କା । ସିରାଜ କ୍ୟାରିୟର ଶ୍ରେଷ୍ଠ‌ ପ୍ରଦର୍ଶନ ପୂର୍ବକ ୬ଟି ଓ୍ବିକେଟ୍ ନେଇଥିବା ବେଳେ ଶ୍ରୀଲଙ୍କା ଏସିଆ କପ୍ ଫାଇନାଲରେ ୧୫.୨ ଓଭରରେ ମାତ୍ର ୫୦ ରନରେ ଅଲ୍ଆଉଟ୍ ହୋଇଯାଇଛି । ଭାରତ ବିପକ୍ଷରେ କୌଣସି ଦଳର ଏହା ସର୍ବନିମ୍ନ ସ୍କୋର। ଅଷ୍ଟମ ଏସିଆ କପ୍ ଟାଇଟଲ୍ ଜିତିବାକୁ ଭାରତକୁ ମାତ୍ର ୫୧ ରନର ଟାର୍ଗେଟ ମିଳିଛି ।

ମହମ୍ମଦ ସିରାଜ ୬ ଓ୍ବିକେଟ୍ ମଧ୍ୟରୁ ଗୋଟିଏ ଓଭରରେ ହିଁ ୪ଟି ୱିକେଟ୍ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ୱିକେଟ୍ ହାସଲ କରିଥିବା ବେଳେ ଜସପ୍ରୀତ ବୁମରା ଗୋଟିଏ ସଫଳତା ପାଇଥିଲେ ।

ଦିନିକିଆ କ୍ରିକେଟର ସବୁଠାରୁ କମ୍ ବଲରେ ୫ ୱିକେଟ୍ ନେଇ ମହମ୍ମଦ ସିରାଜ ବିଶ୍ୱ ରେକର୍ଡର ସମକକ୍ଷ ହୋଇଥିଲେ । ସିରାଜ୍ ୫ ୱିକେଟ୍ ମାତ୍ର ୧୬ଟି ବଲ ନେଇଥିଲେ। ଶ୍ରୀଲଙ୍କାର ପୂର୍ବତନ ବୋଲର ଚାମିଣ୍ଡା ଭାସ୍ ମଧ୍ୟ ୨୦୦୩ରେ ବାଂଲାଦେଶ ବିପକ୍ଷରେ ୧୬ଟି ବଲରେ ୫ ୱିକେଟ୍ ନେଇଥିଲେ।

Comments are closed.