ଖାଦ୍ୟରେ ବିଷକ୍ରିୟା ସନ୍ଦେହ : ଶିକ୍ଷୟିତ୍ରୀ ଓ ଦୁଇ ପୁଅ ମୃତ, ସ୍ୱାମୀ ଓ ଶାଶୂ ଗୁରୁତର

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଶେରଗଡ଼ରେ ଅଭାବନୀୟ ଘଟଣା । ଖାଦ୍ୟରେ ସନ୍ଦିଗ୍ଧ ବିଷକ୍ରିୟା ଯୋଗୁଁ ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ହୋଇଛି। ଜଣେ ମହିଳା ଓ ତାଙ୍କ ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଓ ଶାଶୂଙ୍କ ଅବସ୍ଥା ଗୁରୁତର ରହିଛି। ଶେରଗଡ ଶ୍ରୀରାମନଗର ମହାତ୍ମା ଗାନ୍ଧି ହାଇସ୍କୁଲର ଶିକ୍ଷୟିତ୍ରୀ ସବିତା ସାହୁ ଓ ତାଙ୍କ ଦୁଇ ପୁଅଙ୍କ ମୃତ୍ୟୁ ହୋଇଛି। ଶେରଗଡ଼ ହସ୍ପିଟାଲରେ ସବିତାଙ୍କ ଗୁରୁତର ଶାଶୂ ଓ ସ୍ୱାମୀଙ୍କୁ ଭର୍ତ୍ତି କରାଯାଇଛି । ଆଜି ସକାଳେ ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ସବିତା ଓ ତାଙ୍କ ପରିବାରର ସଦସ୍ୟଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ସବିତା ଓ ତାଙ୍କ ଦୁଇ ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଖାଦ୍ୟ ବିଷକ୍ରିୟା ଯୋଗୁଁ ଶିକ୍ଷୟିତ୍ରୀ ଙ୍କ ପରିବାର ଅସୁସ୍ଥ ହୋଇପଡିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଶେରଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।

Comments are closed.