ସମବାୟ ମନ୍ତ୍ରୀଙ୍କ ତେଲଙ୍ଗାନା ରାଜ୍ୟ ସମବାୟ ଆପେକ୍ସ ବ୍ୟାଙ୍କ ପରିଦର୍ଶନ

ଭୁବନେଶ୍ୱର – ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହାଇଦ୍ରାବାଦ ଗସ୍ତରେ ତେଲେଙ୍ଗାନା ରାଜ୍ୟ ସମବାୟ ଶୀର୍ଷ (ଆପେକ୍ସ) ବ୍ୟାଙ୍କ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ବ୍ୟାଙ୍କର ସଭାପତି କୋନ୍ଦୁରୁ ରବିନ୍ଦ୍ର ରାଓ ଓ ପରିଚାଳନା ନିର୍ଦ୍ଦେଶକ ଡଃ ନେଥି ମୁରଲିଧର ସ୍ୱାଗତ ଜଣାଇଥିଲେ । ମନ୍ତ୍ରୀ ବ୍ୟାଙ୍କର ବିଭିନ୍ନ ଶାଖା , ସାଇବର କ୍ରାଇମ୍ ନିୟନ୍ତ୍ରଣ ବ୍ୟବସ୍ଥା ବୁଲି ଦେଖିବା ସହିତ ଅଧିକାରୀ ମାନଙ୍କ ସହ ବ୍ୟାଙ୍କ ସଂପର୍କରେ ଆଲୋଚନା କରିଥିଲେ । ପରିଚାଳନା ନିର୍ଦ୍ଦେଶକ ବ୍ୟାଙ୍କର ପରିଚାଳନା ବ୍ୟବସ୍ଥା , ଆର୍ଥିକ କାରବାର ଓ ସାଇବର କ୍ରାଇମ୍ କକ୍ଷର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଦି ସଂପର୍କରେ ମନ୍ତ୍ରୀ ନାୟକଙ୍କୁ ଅବଗତ କରାଇଥିଲେ । ପରେ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା କେନ୍ଦ୍ରାପଡା ଜିଲ୍ଲାର କିଛି ଯୁବକମାନଙ୍କ ସହିତ କଥାବାର୍ତ୍ତା ହୋଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ମନ୍ତ୍ରୀ ନାୟକ ପଚାରି ବୁଝି ଥିଲେ l

Comments are closed.