ଭୋଟର ପଞ୍ଜିକରଣ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ଆଧାର ନମ୍ବର ବିନା ମଧ୍ୟ ଭୋଟର ପଞ୍ଜିକରଣ ହୋଇପାରିବ। ଭୋଟର ଭାବରେ ପଞ୍ଜୀକୃତ ହେବା ପାଇଁ ବୟସ୍କ ନାଗରିକଙ୍କ ପାଇଁ ଆଧାର କାର୍ଡ କିମ୍ବା ନମ୍ବର ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ନିର୍ବାଚନ ଆୟୋଗ ।

ଆୟୋଗ କହିଛନ୍ତି ଯେ ଭୋଟର ପଞ୍ଜୀକରଣର ଫର୍ମ ୬ ଏବଂ ୬ବି ସ୍ତମ୍ଭରେ ଆଧାର ନମ୍ବର ସୂଚନା କେବଳ ଭୋଟର ଭାବେ ପରିଚୟ ନିଶ୍ଚିତ କରିବାକୁ ଉଦ୍ଦିଷ୍ଟ । ଆଧାର ବିନା ମଧ୍ୟ ଭୋଟର ପରିଚୟ ପତ୍ର ତିଆରି କରାଯାଇପାରିବ। ଏଥିପାଇଁ ଫର୍ମ ୬ ଏବଂ ୬ବି (ଇ-ରୋଲରେ ପଞ୍ଜୀକରଣ ପାଇଁ) ରେ ଉପଯୁକ୍ତ ସ୍ପପଷ୍ଟୀକରଣ ଦିଆଯିବ ବୋଲି ନିର୍ବାଚନ ଆୟୋଗ କୋର୍ଟଙ୍କୁ କହିଛନ୍ତି।

ଭୋଟର ପଞ୍ଜିକରଣ ପାଇଁ ଆଧାର ନମ୍ବର ସମ୍ପର୍କରେ ଦ୍ବନ୍ଦ୍ବ ନେଇ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ଉପାଧ୍ୟକ୍ଷ ଜି ନିରଞ୍ଜନଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।

Comments are closed.