ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ୧୬ ଗେଟ ଦେଇ ଜଳ ନିଷ୍କାସନ

ସମ୍ବଲପୁର: ଦିନକ ପୂର୍ବରୁ ହୀରାକୁଦର ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା। ହେଲେ ଉପରମୁଣ୍ଡରେ ପୁଣି ଲଗାଣ ବର୍ଷା ହେବା ସହ ଜଳସ୍ତର ସର୍ବୋଚ୍ଚ ଆଡକୁ ଯାଉଥିବାରୁ ଗତକାଲି ପୁଣି ୬ଟି ଗେଟ ଖୋଲାଯାଇଥିଲା। ହେଲେ ଆଜି ବି ହୀରାକୁଦକୁ ୧ ଲକ୍ଷ ୭୫ ହଜାର ୮୦୯ କ୍ୟୁସେକ ଜଳ ପ୍ରବେଶ କରୁଛି। ଫଳରେ ସ୍ଥିତିକୁ ଦେଖି ଆହୁରି ୧୦ ଟି ଗେଟ ଖୋଲାଯାଇଛି। ଗତକାଲି ମଧ୍ଯାହ୍ନ ସୁଦ୍ଧା ୪୯ ମିମି ଏବଂ ଗତ ୨୪ ଘଣ୍ଟାରେ ୩୦.୩୯ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୬୯୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଜଳସ୍ତର ୬୨୯. ୪୩ ଫୁଟ ରହିଛି।

Comments are closed.