ଘୋଡାପଙ୍କା ଡବଲ ମର୍ଡର ଘଟଣାରେ ୮ ଗିରଫ

ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଘୋଡାପଙ୍କା ଗାଁରେ ଡବଲ ମର୍ଡର ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଛି।

ସୋମବାର ଗୁଣି ଗାରେଡ଼ି ସନ୍ଦେହରେ ଗାଁର କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକଙ୍କୁ ହତ୍ୟା କରାଯାଇଥିଲା । ପ୍ରଥମେ କପିଳେନ୍ଦ୍ରଙ୍କୁ ଘରେ ପଶି ହତ୍ୟା କରିଥିଲେ ଦୁର୍ବୃତ୍ତ । ପରେ ତାଙ୍କୁ ସ୍ତ୍ରୀ ଗାଁ ଦାଣ୍ଡରେ ହତ୍ୟା କରାଯାଇଥିଲା। ପୋଲିସ ଏହି ଘଟଣାରେ ୧୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା । ୮ ଜଣଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଓ ଛୁରୀ ଜବତ କରିଛି ପୋଲିସ।

Comments are closed.