ରେଳ ଫାଟକ ଭାଙ୍ଗି ଟ୍ରାକରେ ଚଢ଼ିଗଲା କଣ୍ଟେନର, ରେଳ ଚଳାଚଳ ବାଧାପ୍ରାପ୍ତ

ବାଲେଶ୍ୱର – ରେଳ ଫାଟକ ଭାଙ୍ଗି ଟ୍ରାକକୁ ଚଢ଼ିଗଲା ଏକ କାର୍ ବୋଝେଇ କଣ୍ଟେନର । ବାଲେଶ୍ଵର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାମ୍ପଦା ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ଫାଟକ ଭାଙ୍ଗି କଣ୍ଟେନରଟି ଟ୍ରାକ୍‌କୁ ଚଢିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଦୁଇ ଘଣ୍ଟା ହେବ ବାଲେଶ୍ବର-ନୀଳଗିରି ଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି।

ଡ୍ରାଇଭରକୁ ନିଶାସକ୍ତ ଅବସ୍ଥାରେ କଣ୍ଟେନର ଚଳାଉଥିବା ଜଣାପଡିଛି । ପୋଲିସ ତାକୁ ଅଟକ ରଖିଛି । କର୍ଣ୍ଣାଟକ ନମ୍ବର ଥିବା କଣ୍ଟେନରରେ ନୂଆ କାର୍‌ ଲୋଡ୍ ହୋଇଛି।

Comments are closed.