ଭୁବନେଶ୍ୱର -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାଇବର ସୁରକ୍ଷା ଅଭିଯାନ ଓ ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରିବେ। ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ ଏହି ଅଭିଯାନରେ ୩୪ ଗୋଟି ସାଇବର ସୁରକ୍ଷା ରଥ ସାମିଲ ହୋଇ ରାଜ୍ୟର ସମସ୍ତ ୩୧୪ ବ୍ଲକ୍ ପରିକ୍ରମା କରିବ। ଏଥିରେ ବିଭିନ୍ନ ଜିଲ୍ଲାର ୬ ଶହରୁ ଅଧିକ ପୋଲିସ ଷ୍ଟେସନ ସାମିଲ ହେବେ । ଆଜିଠାରୁ ଅକ୍ଟୋବର ୧୫ ତାରିଖ ଯାଏଁ ଚାଲିବ ସାଇବର ସୁରକ୍ଷା ଅଭିଯାନ । ଆଜି ସଂଧ୍ୟା ୫ଟାରେ କଳିଙ୍ଗ ଷ୍ଟାଡିୟମରୁ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।
Comments are closed.