ପାକିସ୍ତାନ ବିପକ୍ଷରେ ବୃହତ ବିଜୟ ପାଇଁ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ହାଙ୍ଗଝୁ ଏସୀୟ କ୍ରୀଡା ପୁରୁଷ ହକିରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ବୃହତ ବିଜୟ ହାସଲ କରିଥିବାରୁ ଭାରତୀୟ ହକି ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଭାରତ, ପାକିସ୍ତାନକୁ ୧୦-୨ ଗୋଲରେ ହରାଇଥିଲା । ଭାରତ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ୧୦ଟି ଗୋଲ୍ ଦେଇଥିଲା । ଏହି ବିଜୟ ପାଇଁ ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଦଳ ବିଜୟଧାରା ଜାରି ରଖି ଦେଶକୁ ଗର୍ବିତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ମ୍ୟାଚଗୁଡିକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.