ଏସୀୟ କ୍ରୀଡ଼ା ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ

ହାଙ୍ଗଝୋ: ଏସୀୟ କ୍ରୀଡ଼ା ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ | ମହିଳାଙ୍କ ପରେ ପୁରୁଷ କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ଅଭିଷେକ, ଓଜସ୍ ଏବଂ ପ୍ରଥମେଶଙ୍କ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ସହ କୋରିଆକୁ ୨୩୫-୨୩୦ରେ ହରାଇ ଏହି ସଫଳତା ହାସଲ କରିଛନ୍ତି । ଚଳିତ ଏସୀୟ କ୍ରୀଡ଼ାରେ ଭାରତର ଏହା ହେଉଛି ୨୧ତମ ସ୍ୱର୍ଣ୍ଣ ପଦକ। ଭାରତ ଗୁରୁବାର ଏପର୍ଯ୍ୟନ୍ତ ତିନୋଟି ସ୍ବର୍ଣ୍ଣ ଜିତିଛି । ଏଥିମଧ୍ୟରୁ ଦୁଇଟି ତୀରନ୍ଦାଜୀରୁ ଆସିଛି । ଭାରତର ମହିଳା ତୀରନ୍ଦାଜୀ କମ୍ପାଉଣ୍ଡ ଦଳ ଦିନର ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ | ଏହା ପରେ ମିକ୍ସଡ ଡବଲ୍ସ ସ୍କ୍ବାସ୍ ଇଭେଣ୍ଟରେ ଦୀପିକା ପାଲିକଲ ଓ ହରିନ୍ଦର ସିଂ ସ୍ୱର୍ଣ୍ଣ ହାତେଇଥିଲେ। ଏବେ ପୁରୁଷ ତୀରନ୍ଦାଜୀ କମ୍ପାଉଣ୍ଡ ଇଭେଣ୍ଟରେ ମଧ୍ୟ ଭାରତକୁ ସ୍ୱର୍ଣ୍ଣ ମିଳିଛି |

Comments are closed.