ମୁମ୍ବାଇ: ଆପାର୍ଟମେଣ୍ଟର ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ

ମୁମ୍ବାଇ : ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ଦୁଇ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୪୦ ଜଣ ଆହତ ହୋଇଛନ୍ତି।

ଗୋରେଗାଓଁ ଓ୍ବେଷ୍ଟ ଆଜାଦ ନଗର ଅଞ୍ଚଳରେ ଥିବା ୭ ମହଲା ବିଶିଷ୍ଟ ଜୟ ଭବାନୀ ବିଲ୍ଡିଂରେ ଭୋର ପ୍ରାୟ ୩ଟାରେ ନିଆଁ ଲାଗି ଯାଇଥିଲା ।

ନିଆଁ ଲାଗିଥିବା କୋଠାରୁ ଲୋକଙ୍କୁ ଉଦ୍ଧାର କରାଯାଇ ଜୋଗେଶ୍ୱରୀର ଏକ ଟ୍ରମା ସେଣ୍ଟର୍ ଏବଂ ଜୁହୁର କପୁର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଦୁଇ ନାବାଳିକା ଓ ଚାରି ମହିଳାଙ୍କ ସହ ୬ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟମାନଙ୍କୁ ଏହି ଦୁଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ଲିଭାଇବାକୁ ଅଗ୍ନିଶମ ବାହିନୀକୁ ପ୍ରାୟ ଚାରି ଘଣ୍ଟା ସମୟ ଲାଗିଥିଲା। ଏହି କାର୍ଯ୍ୟରେ ୮ରୁ ଅଧିକ ଦମକଳ ଗାଡ଼ି ଏବଂ ଅନ୍ୟ ଅଗ୍ନି ନିର୍ବାପକ ଉପକରଣ ବ୍ୟବହାର କରାଯାଇଥିଲା ।

Comments are closed.