ନେଦରଲାଣ୍ଡ୍ସକୁ ୮୧ ରନରେ ହରାଇଲା ପାକିସ୍ତାନ

ହାଇଦ୍ରାବାଦ: ଏକ ସହଜ ବିଜୟରୁ ପାକିସ୍ତାନ ବିଶ୍ବକପ ଅଭିଯାନ ଆରମ୍ଭ କରିଛି । ନିଜ ପ୍ରଥମ ମ୍ୟାଚରେ ପାକିସ୍ତାନ ୮୧ ରନରେ ନେଦରଲାଣ୍ଡ୍ସକୁ ହରାଇଛି ।

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ନେଦରଲାଣ୍ଡ୍ସ ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ବାବର ଆଜମଙ୍କ ଦଳ ୪୯ ଓଭରରେ ୨୮୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ପାକିସ୍ତାନ ପକ୍ଷରୁ ସୌଦ ଶକିଲ ଓ ମହମ୍ମଦ ରିଜୱାନ ୬୮-୬୮ ରନ୍ କରିଥିଲେ । ୨୮୭ ରନର ଜବାବରେ ନେଦରଲାଣ୍ଡ୍ସ ୪୧ ଓଭରରେ ୨୦୫ ରନ୍ କରି ଆଉଟ୍ ହୋଇଥିଲା । ଦଳ ପକ୍ଷରୁ ବାସ୍ ଡଇ’ ଲିଡ୍ ସର୍ବାଧିକ ୬୭ ରନ୍ କରିଥିବା ବେଳେ ବିକ୍ରମଜିତ୍ ସିଂହ ୫୨ ରନ୍ କରିଥିଲେ । ପାକିସ୍ତାନ ତରଫରୁ ହାରିସ୍ ରାଉଫ୍ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ହାସନ ଅଲି ୨ଟି ୱିକେଟ୍ ପାଇଥିଲେ ।

ପାକିସ୍ତାନ ଦଳ ପ୍ରଥମ ଥର ପାଇଁ ଭାରତରେ ଏକ ଦିନିକିଆ ବିଶ୍ୱକପ ମ୍ୟାଚ୍ ଜିତିଛି । ଏହା ପୂର୍ବରୁ ପାକିସ୍ତାନ ୧୯୯୬ ଓ ୨୦୧୧ରେ ଭାରତରେ ୨ଟି ବିଶ୍ୱକପ୍ ମ୍ୟାଚ୍ ଖେଳିଥିଲା ଏବଂ ଦୁଇଟି ଯାକ ମ୍ୟାଚ୍ ହାରି ଯାଇଥିଲା ।

Comments are closed.