ବିହାରରେ ନର୍ଥ ଇଷ୍ଟ ସୁପରଫାଷ୍ଟ ଟ୍ରେନ ଲାଇନଚ୍ୟୁତ, ୪ ଯାତ୍ରୀ ମୃତ, ଶତାଧିକ ଆହତ

ପାଟନା – ବିହାର ବକ୍ସର ଜିଲ୍ଲା ରଘୁନାଥପୁର ଷ୍ଟେସନରେ ଗତରାତିରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ନର୍ଥ ଇଷ୍ଟ ସୁପରଫାଷ୍ଟ ଟ୍ରେନ ଲାଇନଚ୍ୟୁତ ହେବାରୁ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଲାଇନଚ୍ୟୁତ ହୋଇଥିବା ଟ୍ରେନ ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରୁ ଗୁଆହାଟୀର କାମାକ୍ଷା ଯାଉଥିଲା । ଟ୍ରେନର ୨୧ଟି ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାରେ ଆହତ ଶତାଧିକ ଯାତ୍ରୀଙ୍କ ମଧ୍ୟରେ ଗୁରୁତରଙ୍କୁ ପାଟନା ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

ରାତିସାରା ଦୁର୍ଘଟଣା ସ୍ଥଳରେ ରେଳବାଇ ଅଧିକାରୀ ଓ ପୋଲିସ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା।

Comments are closed.