ରାଘବ ଚଢ଼ାଙ୍କ ନିଲମ୍ବନ ନେଇ ରାଜ୍ୟସଭା ସଚିବାଳୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ହେବା ବିରୋଧରେ ଆମ୍ ଆଦମୀ ପାର୍ଟି (ଆପ୍) ନେତା ରାଘବ ଚଢ଼ାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି ପାଇଁ ରାଜି ହୋଇଛନ୍ତି । କୋର୍ଟ ଏହି ମାମଲାରେ ଆଟର୍ଣ୍ଣି ଜେନେରାଲଙ୍କ ସହାୟତା ଲୋଡିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ, ଜେବି ପାରଦୱାଲା ଏବଂ ମନୋଜ ମିଶ୍ରଙ୍କ ଏକ ଖଣ୍ଡପୀଠ ଚଢ଼ାଙ୍କ ଆବେଦନ ଉପରେ କେବଳ ରାଜ୍ୟସଭା ସଚିବାଳୟକୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦ରେ ହେବ।

ଚଢ଼ା ତାଙ୍କ ଆବେଦନରେ ରାଜ୍ୟସଭା ସଚିବାଳୟ ବ୍ୟତୀତ ରାଜ୍ୟସଭା ଅଧ୍ୟକ୍ଷ ଓ ସ୍ବାଧୀକାର କମିଟିକୁ ବି ପକ୍ଷଭୁକ୍ତ କରିଛନ୍ତି।

ରାଜ୍ୟସଭାରେ ଶାସକ ଦଳର ନେତା ପୀୟୁଷ ଗୋୟଲ ଅଗଷ୍ଟ ୧୧ରେ ଆପ୍ ନେତା ରାଘବ ଚଢ଼ାଙ୍କୁ ନିଲମ୍ବନ କରିବା ପାଇଁ ଏକ ପ୍ରସ୍ତାବ ଆଣିଥିଲେ ଯାହା ଗୃହରେ ଗୃହୀତ ହୋଇଥିଲା । ଦିଲ୍ଲୀ ସେବା (ସଂଶୋଧନ) ବିଲ୍, ୨୦୨୩କୁ ଗୃହର ସିଲେକ୍ଟ କମିଟିକୁ ପଠାଇବାକୁ ଚଢ଼ା ଏକ ଦାବିପତ୍ରରେ କିଛି ସାଂସଦଙ୍କ ନାମ ସେମାନଙ୍କ ଅନୁମତି ବିନା ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

Comments are closed.