ଆସୁଛି ଆଉ ଏକ ଲଘୁଚାପ, ଓଡ଼ିଶା ଉପରେ ପ୍ରଭାବ କମ୍ ସମ୍ଭାବନା

ଭୁବନେଶ୍ୱର – ଆସନ୍ତା ତିନି ଚାରି ଦିନ ମଧ୍ୟରେ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। କ୍ରମଶଃ ଏହା ଅଧିକ ଘନୀଭୂତ ହୋଇ ଉପକୂଳ ଆଡକୁ ଅଗ୍ରସର ହୋଇପାରେ। ତେବେ ସମ୍ଭାବ୍ୟ ଲଘୁଚାପ ଓଡ଼ିଶାକୁ କେତେଦୂର ପ୍ରଭାବିତ କରିବ, ତାହା ସ୍ପଷ୍ଟ ହୋଇନାହିଁ। କେବଳ ଲଘୁଚାପ ସୃଷ୍ଟି ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ବର୍ଷା ନେଇ ପୂର୍ବାନୁମାନ କରିନାହିଁ। କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋପ ସାଗରରେ ଆସନ୍ତା ୨୧ ସୁଦ୍ଧା ଲଘୁଚାପ ସୃଷ୍ଟି ହୋଇ ୨୨ ତାରିଖ ବେଳକୁ ଅବପାତରେ ପରିଣତ ହେବା ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଲଘୁଚାପ ବାତ୍ୟାରେ ପରିଣତ ହେବା ସମ୍ଭାବନା ନଥିଲେ ମଧ୍ୟ ଏହାର ଦିଗ ନିର୍ଣ୍ଣୟ କରାଯାଇ ନାହିଁ। ଏକାଧିକ ମଡେଲ ଅନୁସାରେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ। ଲଘୁଚାପ ସୃଷ୍ଟି ହେଲା ପରେ ହିଁ ଏ ନେଇ ସ୍ପଷ୍ଟତା ଆସିବ ।

Comments are closed.