ପିପିଲି ଟୋଲ୍‌ ପ୍ଲାଜାରେ କର୍ମଚାରୀଙ୍କୁ ଆକ୍ରମଣ ଓ ଫାଙ୍କା ଗୁଳିମାଡ଼

ପିପିଲି – ପିପିଲି ଟୋଲ୍‌ ପ୍ଲାଜାରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଟୋଲ୍ କର୍ମଚାରୀଙ୍କ ସହ ବଚସା ହେବାରୁ କିଛି ଦୁର୍ବୃତ୍ତ ଫାଙ୍କା ଗୁଳିମାଡ କରି ପଳାଇ ଯାଇଛନ୍ତି । ପ୍ରଥମେ ସେମାନେ ଟୋଲ୍ କର୍ମଚାରୀଙ୍କୁ ଆକ୍ରମଣ କରିବା ପରେ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ। ଗୋଟିଏ କାରରେ ସେମାନେ ଭୁବନେଶ୍ବରରୁ ପୁରୀ ଯାଉଥିଲେ । କାରରେ ମୋଟ ୭ ଜଣ ଥିଲେ ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଟୋଲ୍‌ କର୍ମଚାରୀ ଆହତ ହୋଇଛନ୍ତି।
ଘଟଣାସ୍ଥଳରୁ ଗୋଟିଏ ଗୁଳି ଜବତ କରାଯାଇଛି । ପୋଲିସର ତଦନ୍ତ ଜାରି ରହିଛି।

Comments are closed.