ଫିଲ୍ମ ଷ୍ଟାଇଲ୍‌ରେ ଚେଜ୍ କରି ଧରିଲେ ଗଞ୍ଜେଇ ଭର୍ଭି ବୋଲେରୋ 

ବ୍ରହ୍ମପୁର: ବୁଧବାର ବିଳମ୍ୱିତ ସନ୍ଧ୍ୟାରେ ବ୍ରହ୍ମପୁର ଅବକାରୀ ବିଭାଗ ଓ ପୋଲିସ ବିଭାଗ ମିଳିତ ଭାବେ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ସାନ ବଜାର ଛକରେ ଏକ ଗଞ୍ଜେଇ ବୋଝେଇ ବୋଲେରୋ ଗାଡ଼ି ଜବତ କରିଛନ୍ତି। ଗାଡ଼ିରୁ ବିପୁଳ ପରମାଣର ଗଞ୍ଜେଇ ଜବତ କରାଯିବା ସହ ଡ୍ରାଇଭର୍‌ ଓ ୨ ଜଣ ମହିଳାଙ୍କୁ କାବୁ କରାଯାଇଛି। ଏକ ବୋଲୋରୋରେ ଗଞ୍ଜେଇ ଚୋରାଚାଲାଣ ସମ୍ପର୍କରେ ଗୋଇନ୍ଦା ସୂଚନା ପାଇ ସହର ଉପକଣ୍ଠରୁ ତାହାର ପିଚ୍ଛା କରିଥିଲା ଅବକାରୀ ବାହିନୀ। ତେବେ ଏହା ଜାଣିପାରି ଚାଳକ ଆସିକା ରୋଡ୍‌ ଫାଷ୍ଟଗେଟ୍‌ ନିକଟରୁ ଗାଡ଼ିକୁ ବ୍ୟସ୍ତବହୁଳ ସାନବଜାରରେ ଭର୍ତ୍ତି କରି ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା। ତେବେ ଅବକାରୀ ବାହିନୀ ଠାରୁ ଖବର ପାଇ ବଡ଼ବଜାର ଥାନା ପୋଲିସ ସାନବଜାର ଛକରେ ବୋଲେରୋ ଯାଉଥିବା ରାସ୍ତାକୁ ବ୍ଲକ୍‌ କରିଥିଲା। ପ୍ରାୟ ୩୦ ମିନିଟ୍‌ କାଳ ଗୋଡ଼ାଗୋଡ଼ି ପରେ ବୋଲେରୋକୁ କାବୁ କରାଯିବା ପରେ ଥାନାକୁ ଅଣାଯାଇଥିଲା। ସେଠାରେ ଯାଞ୍ଚ ପରେ ଗାଡ଼ିରୁ ଗଞ୍ଜେଇ ମିଳିଛି। ପୁଲିସ ଅଭିଯୁକ୍ତମାନଙ୍କୁ ପଚରାଉଚୁରା କରି ଗଞ୍ଜେଇ କେଉଁଠାରୁ କେଉଁଠାକୁ ଚାଲାଣ ହେଉଥିଲା ତାହା ଜାଣିବାକୁ ଚେଷ୍ଟା କରୁଛି। ବୋଲେରୋରେ ଥିବା ଗଞ୍ଜେଇକୁ ମଧ୍ୟ ପୋଲିସ ଓ ଅବକାରୀ କର୍ମଚାରୀମାନେ ଯାଞ୍ଚ କରି ମାପ କରୁଛନ୍ତି। ଗାଡ଼ି ସହ‌ଥାନାକୁ ନେଇ ଅଧିକ ତନାଘନା କରାଯାଉଛି।

Comments are closed.