ବିଦ୍ୟୁତ ଆଘାତରେ ମା’ ପୁଅ ମୃତ, ଅଜା ଗୁରୁତର

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଲଂଘୋର ଗାଁରେ ଅଘଟଣ। ବିଦ୍ୟୁତ ଆଘାତରେ ଚାଲିଗଲା ଦୁଇଜଣଙ୍କ ଜୀବନ । ପରିବାରର ମା’ ଓ ପୁଅ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ବେଳେ ଅଜା ଗୁରୁତର ଆହତ ହୋଇଛନ୍ତି। ଛାତରେ ପାଣି ଦେବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା’-ପୁଅ ପ୍ରାଣ ହରାଇଥିଲେ । ଦୁହିଁଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଅଜା ଗୁରୁତର ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପାର୍ବଣ ସମୟରେ ଏମିତି ଏକ ଦୁର୍ଘଟଣା ଘଟିଥିବାରୁ ଗାଁରେ ଦୁଃଖର ବାତାବରଣ ଦେଖାଦେଇଛି।

Comments are closed.