ଜାତୀୟ କ୍ରୀଡାରେ ଭଲ ପ୍ରଦର୍ଶନ କଲେ ଓଡ଼ିଶା କ୍ରୀଡାବିତଙ୍କୁ ଆର୍ଥିକ ପୁରସ୍କାର ପାଇଁ ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର – ଆସନ୍ତା ୨୬ ତାରିଖରୁ ଗୋଆରେ ଆରମ୍ଭ ହେଉଥିବା ୩୭ତମ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଓଡିଶା ଦଳକୁ ଉତ୍ସାହିତ କରିବା ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଆୟୋଜିତ ହେବାକୁ ଯାଉଛି । ଜାତୀୟ କ୍ରୀଡାରେ ସ୍ବର୍ଣ୍ଣ ଜିତିଲେ ୫ ଲକ୍ଷ, ରୌପ୍ୟ ପାଇଁ ୩ ଲକ୍ଷ ଓ ବ୍ରୋଞ୍ଜ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟରେ ଏହି ପୁରସ୍କାର ରାଶି ଦିଆଯିବ।

ଏଥର ଗୋଆ ଜାତୀୟ କ୍ରୀଡାରେ ଓଡ଼ିଶାର ୩୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏମାନଙ୍କ ମଧ୍ୟରେ ୧୮୦ ଜଣ ମହିଳା ଅଛନ୍ତି । ୩୧ଟି ଶୃଙ୍ଖଳାରେ ଭାଗ ନେବ ଓଡ଼ିଶା।

Comments are closed.