କାର୍‌ ଦୁର୍ଘଟଣାରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଗୁରୁତର

ପାରଳାଖେମୁଣ୍ଡି: ଆନ୍ଧ୍ରପ୍ରଦେଶର ସୋମପେଟ୍ଟା ନିକଟରେ କାର୍‌ ସହ ଟ୍ରକ୍ ଧକ୍କା ଘଟି ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଗୁରୁତର ହୋଇଛନ୍ତି। ସେ ଛୁଟିରେ ବ୍ରହ୍ମପୁରରେ ରହୁଥିବା ପରିବାର ଲୋକଙ୍କ ପାଖକୁ ଆସି ଶନିବାର ରାତିରେ ନିଜ କାର୍ଯ୍ୟସ୍ଥଳ ପାରଳାଖେମୁଣ୍ଡିକୁ ଫେରୁଥିଲେ। ନିଜେ ବ୍ୟକ୍ତିଗତ କାର୍ ଚଳାଇ ଯାଉଥିବା ବେଳେ (ଓଡି୩୨ଏଫ୍‌ ୬୬୪୪) ସହ ସୋମପେଟ୍ଟା ନିକଟରେ ଏକ ଟ୍ରକ୍ (ଏପି୨୬ଟିଡି ୧୮୮୯) ସହ ଧକ୍କା ହୋଇଥଲା। ଦୁର୍ଘଟଣାରେ ଅତିରିକ୍ତ ଜିଲ୍ଲାପାଳ ମିଞ୍ଜଙ୍କ ବେକ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା। ଅଚେତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ସୋମପେଟ୍ଟା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

Comments are closed.