ପିକନିକ ଯାଇଥିଲେ ଯୁବ ଡାକ୍ତର, ଆଉ ଘରକୁ ଫେରିଲେ ନାହିଁ 

ବ୍ରହ୍ମପୁର – ସାଙ୍ଗମାନଙ୍କ ସହ ମିଶି ପିକନିକ୍ କରିବାକୁ ଯାଇଥିବା ଯୁବ ଡାକ୍ତର ଆଉ ଫେରିଲେ ନାହିଁ। ମିଳିଲା ତାଙ୍କର ମୃତଦେହ। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭଗବାନପୁର ଗାଁ ନିକଟ ହୁଳୁହୁଳା ଗଣ୍ଡରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ସେ ଭାସି ଯାଇଥିଲେ।

ବ୍ରହ୍ମପୁର ଗୋଷାଣୀନୂଆଗାଁ ଅଞ୍ଚଳର ଯୁବ ଡାକ୍ତର ରାକେଶ କୁମାର ପାଢ଼ୀ ରବିବାର ୩ ଜଣ ସାଙ୍ଗଙ୍କ ସହ ଋଷିକୂଲ୍ୟା ନଦୀ ହୁଳୁହୁଳା ଗଣ୍ଡକୁ ପିକନିକରେ ଯାଇଥିଲେ। ଭୋଜି ଖାଇବା ପରେ ୪ ସାଙ୍ଗ ହୁଳୁହୁଳା ଗଣ୍ଡକୁ ଗାଧୋଇବାକୁ ଯାଇଥିଲେ। ଗଣ୍ଡରେ ଗୋଡ଼ ଖସି ଯିବାରୁ ବୁଡି ଯାଇଥିଲେ ରାକେଶ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପିଜି ଛାତ୍ର ଥିଲେ ରାକେଶ ।

Comments are closed.