ପାରା ଏସୀୟ କ୍ରୀଡା : ଓଡ଼ିଶା ସଟଲର ପ୍ରମୋଦ ଭଗତଙ୍କୁ ମିକ୍ସଡ ଡବଲ୍ସ ବ୍ରୋଞ୍ଜ, ସିଙ୍ଗଲ୍ସ ସେମିରେ ପ୍ରବେଶ

ହାଙ୍ଗଝୁ – ପାରା ଏସିଆନ ଗେମ୍ସର ମିକ୍ସଡ ଡବଲ୍ସ ବ୍ୟାଡମିଣ୍ଟନରେ ଭାରତର ପ୍ରମୋଦ ଭଗତ ଓ ମନୀଷା ରାମଦାସଙ୍କ ଯୋଡି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏସଏଲ୩- ଏସୟୁ୫ ମିକ୍ସଡ ଡବଲ୍ସ ଇଭେଣ୍ଟରେ ପ୍ରମୋଦ ଭଗତ ଓ ମନୀଷା ରାମଦାସଙ୍କ ଯୋଡି ସେମିଫାଇନାଲରେ ଇଣ୍ଡୋନେସୀୟ ଯୋଡ଼ିଙ୍କଠାରୁ ପରାସ୍ତ ହୋଇ ବ୍ରୋଞ୍ଜ ପଦକରେ ହିଁ ସନ୍ତୁଷ୍ଟ ହୋଇଥିଲେ ।

ଓଡ଼ିଶାର ତାରକା ସଟଲର ପ୍ରମୋଦ ଭଗତ ସିଙ୍ଗଲ୍ସ ଓ ପୁରୁଷ ଡବଲ୍ସ ସେମିଫାଇନାଲରେ ପହଞ୍ଚି ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଏସଏଲ୩ ଶ୍ରେଣୀ ବ୍ୟାଡମିଣ୍ଟନର କ୍ୱାର୍ଟର ଫାଇନାଲରେ ଭଗତ, ଚୀନ୍ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତିି। ଗତଥର ଭଗତ ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ପୁରୁଷ ଡବଲ୍ସ ଭଗତ ଓ ସୁକାନ୍ତ କଦମଙ୍କ ଯୋଡ଼ି ଏସଏଲ ୩-ଏସ ଏଲ୪ ଶ୍ରେଣୀ ସେମିଫାଇନାଲରେ ପହଞ୍ଚି ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି।

Comments are closed.