ଆଗାମୀ ୫ ଦିନରେ ରାଜ୍ୟରେ ହ୍ରାସ ପାଇବ ତାପମାତ୍ରା 

ଭୁବନେଶ୍ୱର – ରାଜ୍ୟରେ ମୌସୁମୀ ସଂପୂର୍ଣ୍ଣ ଭାବେ ବିଦାୟ ନେଇସାରିଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ଅନେକ ସ୍ଥାନରେ ଅଳ୍ପ ଅଳ୍ପ ଶୀତ ପଡ଼ିଲାଣି । ଆଭ୍ୟନ୍ତରୀଣ ଓଡ଼ିଶାରେ ତ ରାତି ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଏଣେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୩ ଡିଗ୍ରୀ ଯାଏଁ ହ୍ରାସ ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିବା ସହ ଥଣ୍ଡା ବଢିପାରେ ।

Comments are closed.