ପ୍ରଶ୍ନ ପାଇଁ ଟଙ୍କା ମାମଲା : ଅକ୍ଟୋବର ୩୧ରେ ହାଜର ହେବାକୁ ମାହୁଆ ମଇତ୍ରଙ୍କୁ ଏଥିକ୍ସ କମିଟିର ସମନ

ନୂଆଦିଲ୍ଲୀ: ସଂସଦରେ ପ୍ରଶ୍ନ କରିବା ପାଇଁ ଟଙ୍କା ନେବା ମାମଲାରେ ଲୋକସଭାର ଏଥିକ୍ସ‌‌ (ସଦାଚାର) କମିଟି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ରଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ କହିଛି ।

ଗୁରୁବାର କମିଟି ବୈଠକ ପରେ ଏହାର ମୁଖ୍ୟ ତଥା ବିଜେପି ସାଂସଦ ବିନୋଦ କୁମାର ସୋନକର କହିଛନ୍ତି ଯେ ତୃଣମୂଳ କଂଗ୍ରେସ ସାଂସଦଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତରେ ସେମାନେ ଗୃହ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସହାୟତା ଲୋଡ଼ିବେ।

ସୋନକର କହିଛନ୍ତି, ଅକ୍ଟୋବର ୩୧ରେ ମଇତ୍ରଙ୍କୁ କମିଟିରେ ହାଜର ହେବାକୁ କୁହାଯାଇଛି।

କମିଟି ଏହି ମାମଲାରେ ଗୁରୁବାର ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରଇ ଏବଂ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବୟାନ ରେକର୍ଡ କରିଛି।

ସୂଚନାଯୋଗ୍ୟ, ଅକ୍ଟୋବର ୧୫ରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ମହୁଆ ମଇତ୍ର ଲୋକସଭାରେ ପ୍ରଶ୍ନ କରିବା ପାଇଁ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଇଥିଲେ ବୋଲି ଅଭିଯୋଗ କରିଥିଲେ । ମହୁଆ ମଇତ୍ର ପଚାରିଥିବା ୬୧ଟି ପ୍ରଶ୍ନ ମଧ୍ୟରୁ ଆଦାନୀ ଗ୍ରୁପ୍ ଉପରେ ହିଁ ୫୦ଟି ପ୍ରଶ୍ନ କରିଥିଲେ ।

Comments are closed.