ପାରା ଏସୀୟ କ୍ରୀଡା : ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପୁଣି ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ 

ଭୁବନେଶ୍ୱର – ହାଙ୍ଗଝୁରେ ଚାଲିଥିବା ପାରା ଏସୀୟ କ୍ରୀଡ଼ାରେ ଓଡ଼ିଶାର ତାରକା ସଟଲର ବ୍ୟାଡମିଣ୍ଟନ ସ୍ୱର୍ଣ୍ଣ ବଜାୟ ରଖିଛନ୍ତି। ସିଙ୍ଗଲସ ବ୍ୟାଡମିଣ୍ଟନରେ ପୁଣି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ଫାଇନାଲରେ ଆଜି ଭଗତ ଭାରତର ହିଁ ନିତେଶ କୁମାରଙ୍କୁ ହରାଇଥିଲେ । ୨୦୧୮ ଜାକର୍ତ୍ତା ପାରା ଏସୀୟ କ୍ରୀଡାରେ ମଧ୍ୟ ବ୍ୟାଡମିଣ୍ଟନ ସ୍ୱର୍ଣ୍ଣ ଜିତିଥିଲେ ଭଗତ । ଏଥର ପାରା ଏସୀୟ କ୍ରୀଡାରେ ପ୍ରମୋଦ ମିକ୍ସଡ ଡବଲ୍ସ ଓ ପୁରୁଷ ଡବଲ୍ସରେ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଛନ୍ତି।

Comments are closed.