ଟାଟା ଗ୍ରୁପ୍ ନିର୍ମାଣ କରିବ ଆଇଫୋନ୍

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଏବେ ‘ଆପଲ୍’ର ଆଇଫୋନ୍ ନିର୍ମାଣ କରିବ | ଭାରତରେ ଆଇଫୋନ୍ ଆସେମ୍ବଲ୍ କରୁଥିବା ତାଇଓ୍ବାନର ୱିଷ୍ଟ୍ରନ୍‌ ପ୍ଲାଣ୍ଟକୁ ଅଧିଗ୍ରହଣ କରିନେଇଛି ଟାଟା ଗ୍ରୁପ୍ । ଟାଟା ଗ୍ରୁପ୍ ବର୍ତ୍ତମାନ ଉଭୟ ଭାରତ ଓ ଗ୍ଲୋବାଲ ମାର୍କେଟ ପାଇଁ ‘ମେଡ୍ ଇନ୍ ଇଣ୍ଡିଆ’ ଆଇଫୋନ୍ ନିର୍ମାଣ କରିବ। ଇଲେକ୍ଟ୍ରୋନିକ୍ସ ଓ ଟେକ୍ନୋଲୋଜି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ୱିଷ୍ଟ୍ରନ୍‌ ପ୍ଲାଣ୍ଟ ମୂଲ୍ୟ ପ୍ରାୟ ୧୨୫ ମିଲିୟନ୍ ଡଲାର ବୋଲି ଆକଳନ କରାଯାଇଛି। ଏହି ଚୁକ୍ତି ପାଇଁ ଗତ ଏକ ବର୍ଷ ଧରି ଟାଟା ଗ୍ରୁପ୍ ଏବଂ ୱିଷ୍ଟ୍ରନ୍ ମଧ୍ୟରେ ଆଲୋଚନା ଚାଲିଥିଲା | ୱିଷ୍ଟ୍ରନ୍ ର ଏହି ପ୍ଲାଣ୍ଟ ଆଇଫୋନ୍-୧୪ ମଡେଲ୍ ନିର୍ମାଣ କରୁଥିଲା । ଏହି ପ୍ଲାଣ୍ଟରେ ବର୍ତ୍ତମାନ ୧୦,୦୦୦ ରୁ ଅଧିକ କର୍ମଚାରୀ କାମ କରୁଛନ୍ତି।

ୱିଷ୍ଟ୍ରନ୍ ୨୦୦୮ରେ ଭାରତୀୟ ବଜାରରେ ପ୍ରବେଶ କରିଥିଲା । ସେତେବେଳେ କମ୍ପାନୀ ବହୁ ଡିଭାଇସ୍ ପାଇଁ ମରାମତି ସୁବିଧା ଯୋଗାଉଥିଲା | ୨୦୧୭ରେ କମ୍ପାନୀ ଆପଲ୍ ପାଇଁ ଆଇଫୋନ୍ ନିର୍ମାଣ ଆରମ୍ଭ କରିଥିଲା |

Comments are closed.