ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା 

ଭୁବନେଶ୍ୱର – ଆଜି ହେଉଛି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ବିପାକରୁ ବେଳେ ଏହାର ମୁକାବିଲା ପାଇଁ ଠୋସ୍ ପ୍ରସ୍ତୁତି, କୁଶଳ ପ୍ରତିକ୍ରିୟା ଓ ଜିରୋ କାଜୁଆଲିଟି ଆଭିମୁଖ୍ୟ ଯୋଗୁଁ ଓଡିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍ ସାରା ବିଶ୍ବରେ ପ୍ରଶଂସିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମିକୁ ଆହୁରି ସଶକ୍ତ କରାଯିବା ସହ ସବୁ ମୂଲ୍ୟବାନ ଜୀବନର ସୁରକ୍ଷା ପାଇଁ ଆହୁରି ସୁଦୃଢ଼ ପ୍ରସ୍ତୁତି ପାଇଁ ତାଙ୍କ ସରକାର ସଙ୍କଳ୍ପବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.