ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ରାଜ୍ୟରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟ କରାଯିବ । ଆଜି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରତି ଗାଁକୁ ପ୍ରସ୍ତୁତ କରାଯିବ । ପ୍ରତି ଗାଁର ୧୦ ଜଣଙ୍କୁ ବିପର୍ଯ୍ୟୟ ପରିଚାଳନା ନେଇ ରେଡକ୍ରସ ପ୍ରଶିକ୍ଷଣ ଦେବ । ସରକାରୀ ଅଧିକାରୀମାନେ ମଧ୍ୟ ଏ ନେଇ ତାଲିମ ନେବେ । ପ୍ରତି ପଞ୍ଚାୟତରେ ସ୍ୱୟଂଚାଳିତ ପାଣିପାଗ ଓ ବର୍ଷା ମାପକ କେନ୍ଦ୍ର ପ୍ରତିଷ୍ଠା କରାଯିବ। ୩ ହଜାର ପଞ୍ଚାୟତରେ ଏସବୁ କେନ୍ଦ୍ର ପ୍ରତିଷ୍ଠା ପାଇଁ ବିଶ୍ୱବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଇଦେବ।

Comments are closed.