ରାଜଭବନରେ ନବନିଯୁକ୍ତ ରାଜ୍ୟପାଳଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ , କାଲି ରଘୁବରଙ୍କ ଶପଥ

ଭୁବନେଶ୍ବର – ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ ପୂର୍ବରୁ ରାଜଭବନରେ ପହଞ୍ଚିଛନ୍ତି ରଘୁବର ଦାସ । ରାଜ୍ୟପାଳଙ୍କ ସମେତ ୧୦୦ ରୁ ଅଧିକ ଅତିଥି ରାଜଭବନ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ରାଜ୍ୟପାଳଙ୍କୁ ସ୍ବାଗତ କରିଛନ୍ତି। ପୂର୍ବରୁ ରାଞ୍ଚିରୁ ଟ୍ରେନ ଯୋଗେ ଆସି ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ପୁରୀରେ ପହଞ୍ଚି ସେ ପୁରୀ ରାଜଭବନକୁ ଯାଇଥିଲେ। ସକାଳୁ ସକାଳୁ ମହୋଦଧିକୁ ଯାଇ ସୂର୍ଯ୍ୟଉଦୟ ଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିର ଯାଇଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି ।

Comments are closed.