ନଭେମ୍ବର ୮ ଯାଏଁ ଘରୋଇ ବସ୍ ଧର୍ମଘଟ ସ୍ଥଗିତ

ଭୁବନେଶ୍ବର – ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଘରୋଇ ବସ୍ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ ମାଲିକ ସଂଘ । ଧର୍ମଘଟ ସ୍ଥଗିତ ନେଇ ଅଲ୍ ଓଡିଶା ବସ୍ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କୁ ସଂଘ ନିଜର ଦାବି ସମ୍ପର୍କରେ ଅବଗତ କରିଛି । ଆସନ୍ତା ୮ ତାରିଖରେ ଭବାନୀପାଟଣାରେ ଘରୋଇ ବସ୍ ମାଲିକ ସଂଘର ବୈଠକ ବସିବ । ସେଠାରେ ଆଗାମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ଓଡିଶା ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।

Comments are closed.