ମୁକେଶ ଅମ୍ବାନୀଙ୍କୁ ପୁଣି ହତ୍ୟା ଧମକ, ଏଥର ଦାବି ୪୦୦ କୋଟି

ମୁମ୍ବାଇ: ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପୁଣି ମିଳିଛି ହତ୍ୟା ଧମକ । ଏଥର ମଧ୍ୟ ଇମେଲ୍ ମାଧ୍ୟମରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି। ଏଥିରେ ୪୦୦ କୋଟି ଟଙ୍କା ଦେବାକୁ ଦାବି କରାଯାଇଛି। ତୃତୀୟ ଥର ଏପରି ଧମକପୂର୍ଣ୍ଣ ଇମେଲ ପରେ ଅମ୍ବାନୀଙ୍କ ଘରେ ସୁରକ୍ଷା ବଢ଼ାଇଛି ପୋଲିସ।

ଏହା ପୂର୍ବରୁ ଅମ୍ବାନୀଙ୍କୁ ଏକ ଧମକପୂର୍ଣ୍ଣ ଇମେଲ ମିଳିଥିଲା। ଯାହାର ସେ ଉତ୍ତର ଦେଇନଥିଲେ। ଏହା ପରେ ଅମ୍ବାନୀଙ୍କୁ ସୋମବାର ସକାଳେ ତୃତୀୟ ଥର ପାଇଁ ଏକ ଧମକପୂର୍ଣ୍ଣ ମେଲ୍ ମିଳିଛି। ସେହି ଗୋଟିଏ ଆଇଡିରୁ ଏହି ମେଲ୍ ପଠାଯାଇଛି | ଗତ ମେଲରେ ୨୦୦ କୋଟି ଟଙ୍କା ଦାବି କରାଯାଇଥିଲା। ତେବେ ଏଥର ୪୦୦ କୋଟି ଦାବି କରାଯାଇଛି। ଇମେଲ ପଠାଇଥିବା ଲୋକକୁ ଖୋଜୁଛି ପୋଲିସ। ଇମେଲ ପ୍ରେରକ ଅକ୍ଟୋବର ୨୭ରେ ଏପରି ଦୁଇଟି ଧମକପୂର୍ଣ୍ଣ ମେଲ୍ ପଠାଇ ୨୦୦ କୋଟି ଟଙ୍କା ମାଗିଥିଲା। ଏହି ମେଲ୍ ଅମ୍ବାନୀଙ୍କ ଅଫିସିଆଲ୍ ଆଇଡିକୁ ପଠାଯାଇଛି | ଏଥିରେ ଲେଖା ଅଛି, “ତୁମର ସୁରକ୍ଷା ଯେତେ ଭଲ ହେଉନା କାହିଁକି, ଆମର ଜଣେ ସ୍ନାଇପର ତୁମକୁ ମାରିପାରେ | ଏଥର ଦାବି ₹ ୪୦୦ କୋଟି | ପୋଲିସ ମୋତେ ଟ୍ରାକ୍ କି ଗିରଫ କରିପାରିବ ନାହିଁ। ”

ଏହି ମେଲ୍ ପରେ ମୁମ୍ବାଇ ପୋଲିସ ସୋମବାର ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ଆଣ୍ଟିଲିଆର ସୁରକ୍ଷା ବୃଦ୍ଧି କରିଛି।

Comments are closed.